ପିପିଲି: ପୁରୀ ଜିଲ୍ଲା ପିପିଲିରେ ରାଜନୈତିକ ଅଶାନ୍ତି । ବିଜେପି ପତାକା ଚିରିବା ଓ ପ୍ରଚାର ଗାଡ଼ିକୁ ଭଙ୍ଗାରୁଜା ଅଭିଯୋଗରେ ରାସ୍ତାରୋକ କଲେ ବିଜେପି କର୍ମୀ । ପିପିଲି କଣ୍ଟି ବାରିମୂଳ ଛକରେ ପ୍ରଚାର ଗାଡି ଡ୍ରାଇଭରଙ୍କୁ ବିଜେଡ଼ି କର୍ମୀ ଆକ୍ରମଣ କରିବା ଅଭିଯୋଗରେ ପିପିଲି-ଜଟଣୀ ରାସ୍ତା ଅବରୋଧ କରିଥିଲେ ବିଜେପି କର୍ମୀ । ଘଟଣାସ୍ଥଳରେ ପିପିଲି ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା।