ଭୁବନେଶ୍ୱର: ପ୍ରଦୀପ ଜେନା ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ । ଏନେଇ ଆଜି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ପ୍ରଦୀପ ରାଜ୍ୟ ସରକାରଙ୍କ ସ୍ପେଶାଲ ରିଲିଫ୍ କମିଶନର (ଏସଆରସି) ଦାୟିତ୍ୱରେ ରହିଛନ୍ତି । ସେ ଆସନ୍ତା ମାସ ୧ ତାରିଖରେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । ତେବେ ପ୍ରଦୀପଙ୍କ ନୂଆ ନିଯୁକ୍ତି ପରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ଥିବା ସୁରେଶ ମହାପାତ୍ରଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ସୁରେଶଙ୍କୁ ରାଜ୍ୟ ସରକାର ଏକ ନୂଆ ଦାୟିତ୍ୱ ଦେଇଛନ୍ତି ।
ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ଦାୟିତ୍ୱ ନେବେ ସୁରେଶ । ଆସନ୍ତା ୨୮ ତାରିଖରେ ସୁରେଶଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ସୁରେଶଙ୍କ ନିଯୁକ୍ତି ନେଇ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।