ଭୁବନେଶ୍ୱର( ଏସ୍ ନ୍ୟୁଜ ): କୋର୍ଟରେ ହାଜର ହୋଇଛନ୍ତି ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଖୋର୍ଦ୍ଧା ଏସଡିଜେଏମ କୋର୍ଟରେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ହାଜର କରିଥିବା ଜଣାପଡ଼ିଛି।
ଏହାସହ ପ୍ରଦୀପଙ୍କ ଦୁଇ ଦିନିଆ ରିମାଣ୍ଡର ଅବଧି ସମାପ୍ତ ହୋଇଛି । ଫଳରେ ତାଙ୍କୁ କ୍ରାଇମବ୍ରାଞ୍ଚ ତରଫରୁ ଆଜି କୋର୍ଟରେ ହାଜର କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖରେ ପ୍ରଦୀପଙ୍କ ଦୁର୍ନୀତି ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ । ଏହି ତଦନ୍ତର ତଥ୍ୟକୁ ଭିତ୍ତିକରି ଆସନ୍ତା ଫେବୃଆରୀ ମାସ ୧୨ ତାରିଖରେ ଲୋକାୟୁକ୍ତ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ସୂଚନା ଦେଇଥିଲେ ।