ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଡିସେମ୍ବର ମାସରେ ପ୍ରଦୀପଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଚଂ । ଟାଟା କମ୍ପାନିରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗରେ ସେ ଗିରଫ ହୋଇଥିଲେ । ତା ସହିତ ଅପରାଧିକ ଷଡଯନ୍ତ୍ର ନେଇ ମଧ୍ୟ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ ଥିଲା । ହେଲେ ତାଙ୍କୁ ସର୍ତମୂଳକ ଜାମିନ୍ ମିଳିବା ପରେ ସେ ଝାରପଡା ଜେଲରୁ ବାହାରିଥିଲେ ।
ତେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଲୋକାଯୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି । ଲୋକାଯୁକ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ଆବେଦନ ହୋଇଛି କାରଣ ସୁପ୍ରିମକୋର୍ଟରେ ଲୋକାଯୁକ୍ତ ଜାଲ୍ ଡକୁମେଣ୍ଟ ଦେଇଥିବା ଅଭିଯୋଗ ହୋଇଥିିବାରୁ ବିଧାୟକ ସୁପ୍ରିମକୋର୍ଟ ଯାଇଛନ୍ତି । ତେବେ ବର୍ତମାନ ଯାହା ସୁଚନା ମିଳିଛି ପ୍ରଦୀପଙ୍କ ପକ୍ଷରୁ ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ।