ଅପରାହ୍ନରେ ହେବ ମହାରଥୀଙ୍କ ଶେଷକୃତ୍ଯ

ଭୁବନେଶ୍ବର (ଏସ୍ଓ ନ୍ଯୁଜ): ଓଡ଼ିଶା ବିଧାନସଭା ପରିସରରେ ମହାରଥୀଙ୍କ ଶେଷ ଦର୍ଶନ କରିଛନ୍ତି ବହୁ ନେତା ଓ ମନ୍ତ୍ରୀ । ଏହାପରେ ମହାରଥୀଙ୍କ ମରଶରୀରକୁ ରାଜ୍ୟ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଛି ଏବଂ ପରେ ତାଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ଲାଗି ପିପିଲି ଫାର୍ମହାସକୁ ନିଆଯିବ । ଏହାପରେ ପୁରୀ ନିଆଯାଇ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ କରାଯିବା ନେଇ ସୂଚନା ମିଳିଛି ।

ପିପିଲିର ଟାଣୁଆ ନେତା, ବରିଷ୍ଠ ବିଜେଡି ବିଧାୟକ, ସବୁ ବେଳେ ନିଆରା ଢ଼ଙ୍ଗରେ କଥା କହିବାର ଶୈଳିକୁ ନେଇ ଚର୍ଚ୍ଚାରେ ରହୁଥିବା ପ୍ରଦୀପ ମହାରାଥୀ । ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ୬୫ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପରିବାରକୁ ଲୁହର ସାଗରେ ଭସେଇ ଚିରଦିନ ପାଇଁ ବିଦାୟ ନେଇଛନ୍ତି ମହାରଥୀ । ଏଣେ ନିଜର ଲୋକପ୍ରିୟ ନେତାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପିପିଲି ନିର୍ବାଚନ ମଣ୍ଡଳି ବାସିନ୍ଦା । ରାଜ୍ୟବାସୀବି ତାଙ୍କର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।କରୋନା କଟକଣାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।