ଭୁବନେଶ୍ୱର: ପବିତ୍ର କୁମ୍ଭମେଳା ଅବସରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ୟୁପିର ଅଯୋଧ୍ୟାକୁ ବସ୍ ସେବା ଆରମ୍ଭ କରାଯାଇଛି । ପୁରୀ, ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଭବାନୀପାଟଣା ଓ ସମ୍ବଲପୁର ଭଳି ସହରରୁ ପ୍ରୟାଗରାଜ, ଅଯୋଧ୍ୟା ଓ ବାରାଣସୀକୁ ବସ୍ ସେବାର ଶୁଭାରମ୍ଭ କରାଯାଇଛି ।
ଯଦିଓ ରାଜ୍ୟର ବିଭିନ୍ନ ସହରରୁ ପ୍ରୟାଗରାଜକୁ ଟ୍ରେନ୍ ସେବା ରହିଛି । ତେବେ ଟ୍ରେନ୍ ସେବା ତୁଳନାରେ ରାଜ୍ୟର ଅଧିକାଂଶ ଓଡ଼ିଆ ତୀର୍ଥଯାତ୍ରୀ ବସ୍ରେ ଯାତାୟତ କରିବାକୁ ଉଚିତ୍ ମଣିଥାନ୍ତି । ବିଶେଷ କରି ଘର ନିକଟରୁ ତୀର୍ଥଯାତ୍ରୀ ବସ୍ରେ ବସି ଯାତ୍ରା କରିବାର ମଜା ଟ୍ରେନରେ ମିଳିବନି ।
ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ପ୍ରୟାଗରାଜରେ ମହାସ୍ନାନ ପାଳିତ ହେଉଛି । ତା’ରି ସୁଯୋଗ ନେଇ ଓଡ଼ିଶାରୁ ଆରମ୍ଭ କରାଯାଇଥିବା ବସ୍ ସେବା ବେଶ ଜନାଦୃତ ହେବାର ଆଶା କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଜେନା ।