ଚଳିତ ଏକକ ପିଜି ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ଆଜି ତାରିଖ ଘୋଷଣା କରାଯାଇଛି । ଆସନ୍ତା ୧୨ରୁ ଆରମ୍ଭ ହୋଇ ୨୨ ଯାଏଁ ପରୀକ୍ଷା ଚାଲିବ ବୋଲି ଜଣା ପଡ଼ିଛି । ଏଥିରେ କରୋନା ପରୀକ୍ଷାର୍ଥୀ ମଧ୍ୟ ଏହି ପରୀକ୍ଷା ଦେଇପାରିବେ । ଆକ୍ରାନ୍ତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ରୁମ୍ ର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ହେବ ପରୀକ୍ଷା। ୨୬ଟି ପରୀକ୍ଷା କେନ୍ଦ୍ରରେ ୬୨ ହଜାର ୨୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ନଭେମ୍ବର ୭ରେ ମେରିଟ୍ ଲିଷ୍ଟ ବାହାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ ସଚିବ ।
ଉଚ୍ଚଶିକ୍ଷା ବିଭାଗ ସଚିବ କହିଛନ୍ତି ଯେ,, ପ୍ରତ୍ୟେକ ପରୀକ୍ଷା ୯୦ମିନିଟ୍ ଅବଧିର ହେବ । ଓ.ଏମ୍.ଆର. ସିଟରେ ୭୦ଟି ମଲ୍ଟିପୁଲ ଚଏସ୍ ପ୍ରଶ୍ନ ରହିବ । ଛାତ୍ରଛାତ୍ରୀମାନଙ୍କୁ ଅବଗତି ନିମନ୍ତେ କିଛି ମଡେଲ୍ ପ୍ରଶ୍ନ ୱେବସାଇଟରେ ଅପଲୋଡ୍ କରାଯାଇଛି । ଛାତ୍ରଛାତ୍ରୀ ନାମଲେଖା ନିମନ୍ତେ ଏକାଧିକ ବିଷୟରେ ପରୀକ୍ଷା ଦେବାର ସୁବିଧା ପ୍ରଦାନ କରାଯାଇଛି ।