ସିରିଆରେ ଭୂମିକମ୍ପ ଯୋଗୁଁ ହୋଇଥିବା ପ୍ରାଣହାନୀରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

ଭୁବେନେଶ୍ଵର ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିରିଆରେ ଭୂମିକମ୍ପ ଯୋଗୁଁ ପ୍ରାଣହାନୀ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସିରିଆବାସୀଙ୍କ ଦୁଃଖରେ ଆମେ ସମଦୁଃଖି ତଥା ବିପଦ ବେଳେ ସହାୟତା ଓ ସମର୍ଥନ ଯୋଗାଇ ଦେବାକୁ ପ୍ରତିବଦ୍ଧ ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବିନାଶକାରୀ ଭୂମିକମ୍ପ ଦ୍ୱାରା ସିରିଆ ମଧ୍ୟ ପ୍ରଭାବିତ ହୋଇଥିବା ଜାଣି ଗଭୀର ଦୁଃଖିତ । ପୀଡିତମାନଙ୍କ ପରିବାରଗୁଡିକୁ ସମବେଦନା ଜଣାଉଛି । ଆମେ ସିରିଆବାସୀଙ୍କ ଦୁଃଖରେ ସମଦୁଃଖି ଏବଂ ବିପଦ ବେଳେ ସହାୟତା ଓ ସମର୍ଥନ ଯୋଗାଇ ଦେବାକୁ ପ୍ରତିବଦ୍ଧ ।”