୧୫୦ରୁ ଅଧିକ ପ୍ରଜାତିର ମିଲେଟ ବିହନ ସଂରକ୍ଷଣ କରିଥିବା ଲହରୀ ବାଈଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ତାଙ୍କ ଉଦ୍ୟମ ଅନ୍ୟମାନଙ୍କୁ ପ୍ରେରିତ କରିବ….

ଭୁବେନେଶ୍ଵର ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଡିଣ୍ଡୋରିର ୨୭ ବର୍ଷୀୟା ଜନଜାତି ମହିଳା ଲହରୀ ବାଈଙ୍କ ମିଲେଟ ଆମ୍ବାସାଡର ଭାବେ ନିଯୁକ୍ତିକୁ ପ୍ରଶଂସା କରିଛନ୍ତି । ସେ ୧୫୦ରୁ ଅଧିକ ପ୍ରଜାତିର ମିଲେଟ ବିହନ ସଂରକ୍ଷଣ କରିଛନ୍ତି ।

ଡିଡି ନ୍ୟୁଜର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; 

“ଶ୍ରୀ ଅନ୍ନ ପ୍ରତି ଉଲ୍ଲେଖନୀୟ ଉତ୍ସାହ ପ୍ରଦର୍ଶନ କରିଥିବା ଲହରୀ ବାଈଙ୍କ ପାଇଁ ଗର୍ବିତ । ତାଙ୍କ ଉଦ୍ୟମ ଅନ୍ୟମାନଙ୍କୁ ପ୍ରେରିତ କରିବ ।”