ଲୋପୋଲି ମେଲୋଙ୍କ ପ୍ରବନ୍ଧ ‘ସଂସଦ ଓ ପିଏମଓରେ ଗୋଟିଏ ଦିନ’କୁ ଶେୟାର କଲେ ପ୍ରଧାନମନ୍ତ୍ରୀ

ମେଧାବୀ ଯୁବକଙ୍କୁ ଭେଟିବା ସୁଯୋଗ ପ୍ରଦାନ ପାଇଁ ପଦକ୍ଷେପ….

ଭୁବେନେଶ୍ଵର ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶର ଲୋପୋଲି ମେଲୋଙ୍କ ପ୍ରବନ୍ଧ ‘ସଂସଦ ଓ ପିଏମଓରେ ଗୋଟିଏ ଦିନ’କୁ ଶେୟାର କରିଛନ୍ତି । ମେଧାବୀ ଯୁବକଙ୍କୁ ଭେଟିବା ସୁଯୋଗ ପ୍ରଦାନ ପାଇଁ ପଦକ୍ଷେପ ନେଇଥିବା ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲାଙ୍କୁ ମଧ୍ୟ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଅରୁଣାଚଳ ପ୍ରଦେଶର ଲୋପୋଲି ମେଲୋଙ୍କ ଏହି ବ୍ୟକ୍ତିଗତ ବିବରଣ ଆପଣମାନଙ୍କୁ ଆନନ୍ଦିତ କରିବ । ଏହି ପଦକ୍ଷେପ ପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲା ଜୀଙ୍କୁ ପ୍ରଶଂସା କରିବାକୁ ଚାହୁଁଛି, ଯାହା ମୋତେ ମେଧାବୀ ଯୁବକଙ୍କୁ ଭେଟିବାର ସୁଯୋଗ ପ୍ରଦାନ କଲା ।”