ଫେବୃୟାରୀ ୫ରେ ଜୟପୁର ମହାଖେଳ ପ୍ରତିଯୋଗୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ପ୍ରଦର୍ଶିତ କରିବା ସହ କ୍ରୀଡାକୁ ବିକଳ୍ପ କ୍ୟାରିୟର ଭାବେ ଆପଣାଇବାକୁ ପ୍ରେରିତ କରୁଛି….

ଭୁବେନେଶ୍ଵର ପିଆଇବି: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃୟାରୀ ୫, ୨୦୨୩ ମଧ୍ୟାହ୍ନ ୧ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜୟପୁର ମହାଖେଳ ପ୍ରତିଯୋଗୀମାନଙ୍କୁ ସମ୍ବୋଧିତ କରିବେ। ଜୟପୁର ଗ୍ରାମୀଣ ଲୋକସଭା ସାଂସଦ ଶ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ୨୦୧୭ରୁ ଜୟପୁର ଠାରେ ଜୟପୁର ମହାଖେଳ ଆୟୋଜନ କରି ଆସୁଛନ୍ତି ।

ମହାଖେଳରେ ଚଳିତ ବର୍ଷ କବାଡି ପ୍ରତିଯୋଗିତାକୁ ଗୁରୁତ୍ୱ ପ୍ରଦାନ କରାଯାଉଛି । ଯାହା ଜାତୀୟ ଯୁବ ଦିବସ, ଜାନୁୟାରୀ ୧୨,୨୦୨୩ରୁ ଆରମ୍ଭ ହୋଇଥିଲା । ଏହି ପ୍ରତିଯୋଗିତାରେ ୪୫୦ରୁ ଅଧିକ ଗ୍ରାମ ପଞ୍ଚାୟତ, ପୌରପାଳିକା ଓ ଜୟପୁର ଗ୍ରାମୀଣ ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ତ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୱାର୍ଡଗୁଡିକରୁ ୬୪ଶହରୁ ଅଧିକ ଯୁବକଯୁବତୀ ଓ କ୍ରୀଡାବିତ ଭାଗ ନେଇଛନ୍ତି । ମହାଖେଳ ଆୟୋଜନ ଜୟପୁରର ଯୁବପୀଢିଙ୍କୁ କ୍ରୀଡା ଦକ୍ଷତା ପ୍ରଦର୍ଶିତ କରିବା ସହ କ୍ରୀଡାକୁ ବିକଳ୍ପ କ୍ୟାରିୟର ଭାବେ ଆପଣାଇବାକୁ ପ୍ରେରିତ କରୁଛି ।