ପ୍ରମୋଦ ଭଗତଙ୍କ ପୁରସ୍କାର ରାଶି ଘୋଷଣା

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ଟୋକିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ଓଡ଼ିଶା ସରକାର । ପ୍ରମୋଦଙ୍କୁ ୬ କୋଟି ଟଙ୍କା ଦିଆଯିବ ନେଇ ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି । ୬ କୋଟି ଟଙ୍କା ସହିତ ଗ୍ରୁପ ‘ଏ’ ସରକାରୀ ଚାକିରି ଦିଆଯିବ ବୋଲି ଘୋଷଣା ହୋଇଛି । ଅଲିମ୍ପିକ ବିଜେତାଙ୍କ ପାଇଁ ପୂର୍ବ ଘୋଷଣା ଅନୁସାରେ ପୁରସ୍କାର ମିଳିବ । ସ୍ୱର୍ଣ୍ଣ ଜିତିଲେ ୬ କୋଟି ଟଙ୍କା ମିଳିବ ବୋଲି ପୂର୍ବରୁ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଫେରିବା ପରେ ପ୍ରମୋଦଙ୍କୁ ଚେକ୍ ଦେବେ ମୁଖ୍ୟମନ୍ତ୍ରୀ । ଏନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି ।