ଆନ୍ଦୋଳନରତ ୨ ANMଙ୍କ ଆତ୍ମାହୁତି ଉଦ୍ୟମ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ସ୍ଥାୟୀ ନିଯୁକ୍ତି ଦାବିକାରୀ ଦୀର୍ଘଦିନ ଧରି ଶୀତ କାକରରେ ଆନ୍ଦୋଳନରେ ବସିଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ମଧ୍ୟରୁ ୨ ANM ଆତ୍ମାହୁତି ଉଦ୍ୟମ କରିଥିବା ଜଣାଯାଇଛି। ଭୁବନେଶ୍ୱର ବିଧାନସଭା ସମ୍ମୁଖ ରେ ଥିବା ଧ।ରଣାସ୍ଥଳରେ ଆନ୍ଦୋଳନରତ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ମଧ୍ୟରୁ କିଛିଦିନ ପୂର୍ବେ ଜଣେ ମଧ୍ୟ ଅସୁସ୍ଥ ହୋଇ ହୋଇ ପଡ଼ିଥିଲେ। ୨ ANM ଆଜି ଆତ୍ମାହୂତି ଉଦ୍ୟମ କରିଥିବା ବେଳେ ସରକାର ଦାବି ନ ଶୁଣିଲେ ଆସନ୍ତା ୧୮ ତାରିଖରେ ସମୂହ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି ANM।

ତେବେ ଏମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଦୀର୍ଘ ୧୮ ଦିନ ହେଲା ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନିକଟ ରାଜରାସ୍ତାରେ ହଜାର ହଜାର ANM ଧାରଣାରେ ବସିଥିବା ବେଳେ ସରକାର ସାଜିଛନ୍ତି ନିଦାବିଷ୍ଣୁ। ଏପରି ସ୍ଥିତିରେ ଧୈର୍ଯ୍ୟଚ୍ୟୁତ ହେବାରୁ ଧାରଣାରତ ANM ୨ ଜଣ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ ସହଯୋଗୀ ସେମାନଙ୍କୁ ଉଦ୍ଧାର କଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, କରୋନା ସହ ଲଢ଼େଇ କରି ସରକାରଙ୍କ ସହମିଶି କାରଣ ଯୋଦ୍ଧା ଭାବେ ସ୍ଥିତିକୁ ସାମାନ୍ୟ କରିଥିବା ବେଳେ ସ୍ଥିତିରେ ସୁଧାର ଆସିବା ପରେ ସେମାନଙ୍କୁ ଏଡ଼ାଇଦେଲେ ସରକାର। ଏବେ ସ୍ଥାୟୀ ନିଯୁକ୍ତି ଦାବି କରିବାରୁ ଶୁଣୁ ନାହାନ୍ତି ସରକାର। ତେଣୁ ଚାକିରୀ ରୁ ଭରିବା ପରେ କିଛି ଉପାୟ ନପାଇ ସ୍ଥାୟୀ ନିଯୁକ୍ତି ଦାବିରେ ଆଜିକି ୧୮ ଦିନ ହେଲାଣି ହଜାର ହଜାର ANM ଦିନରାତି ରାଜ ରାସ୍ତାରେ ବସିଛନ୍ତି। ଏହାସତ୍ତ୍ୱେ ସରକାର ସେମାନଙ୍କ ଦାବିକୁ ଦୃଷ୍ଟି ଦେଉ ନ ଥିବାରୁ ଗତ ୭ ଦିନ ହେଲା ଅନଶନରେ ମଧ୍ୟ ବସିଛନ୍ତି । ଦାବି ପୂରଣ ନ ହେବା ଯାଏ ରାଜରାସ୍ତାରେ ବସିକି ରହିବେ ବୋଲି ଜିଦ୍‌ ଧରିଛନ୍ତି।