ଭୁବନେଶ୍ୱର, (ଏସ୍ ନ୍ୟୁଜ): ୨୦୨୨-୨୩ ସୁଦ୍ଧା ପୁରୀରୁ ଉଡିବ ବିମାନ । ପୁରୀରେ ବିମାନ ବନ୍ଦର ପାଇଁ ଜାଗା ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ଏହାମଧ୍ୟରେ ଦେଶର ବିଭିନ୍ନ ରାଜ୍ୟ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଗମନାଗମନକୁ ଆହୁରି ସରଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ଭାରତର ପ୍ରସିଦ୍ଧ ଚାରି ଧାମ ମଧ୍ୟରୁ ପୁରୀ ଧାମକୁ ସାରା ବିଶ୍ୱରୁ ଲୋକେ ଆସୁଛନ୍ତି । ୟୁନେସ୍କ ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ପୁରୀରୁ ମାତ୍ର ୩୫ କି.ମି. ଦୂରରେ ରହିଛି । ସାଂସ୍କୃତିକ, ଆର୍ଥିକ, ପର୍ଯ୍ୟଟନ ହବ୍ ହେବା ପାଇଁ ପୂରୀରେ ଅପୂର୍ବ ସୁଯୋଗ ରହିଛି ।