ସ୍ୱର୍ଗଦ୍ୱାରରୁ କଟକଣା ହଟିଲା

ପୁରୀ, (ଏସ୍‌ ନ୍ୟୁଜ): ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା । ସ୍ୱର୍ଗଦ୍ୱାରରେ ଶବ ସତ୍କାରକୁ ଅନୁମତି ପ୍ରଦାନ କରାଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାରର ଶବ ମଧ୍ୟ ସତ୍କାର କରାଯାଇପାରିବ । ଆସନ୍ତା ସୋମବାରରୁ ଶବ ସତ୍କାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଶବ ସତ୍କାର ବେଳେ ଶବ ସହ ୧୦ ଜଣଙ୍କୁ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଛି ।