ପିପିଲି ଉପନିର୍ବାଚନ ନେଇ ପୁରୀ ଜିଲ୍ଲାପାଳଙ୍କ ସୂଚନା

ପିପିଲି: ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ପ୍ରସ୍ତୁତି ବୈଠକ । ବୈଠକର ନିଷ୍ପତ୍ତି ଅନୁସାରେ ଉପନିର୍ବାଚନ ବେଳେ କୌଣସି ବାଇକ କିମ୍ବା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେବ ନାହିଁ । ଦଳୀୟ ପ୍ରଚାର ବୈଠକରେ ସର୍ବାଧିକ ୨ଶହ ଲୋକ କିମ୍ବା ବସିବା କ୍ଷମତାର ୩୦ ପ୍ରତିଶତ ଲୋକ ସାମିଲ ହୋଇପାରିବେ । ଷ୍ଟାର ପ୍ରଚାରକଙ୍କ ସହ ୧ ହଜାର ଲୋକ କିମ୍ବା ବସିବା କ୍ଷମତାର ସର୍ବାଧିକ ୫୦ପ୍ରତିଶତ ଲୋକ ଯୋଗ ଦେଇପାରିବେ ।