ଭୁବନେଶ୍ବର: ବୁଧବାର ବର୍ଦ୍ଧମାନ ରାଜକୁମାର ଆଦିତ୍ୟଙ୍କ ହାତ ଧରିଛନ୍ତି ପୁରୀ ରାଜାକୁମାରୀ ଦେବେଶୀ। ଗଜପତି ମହାରାଜାଙ୍କ ଚତୁର୍ଥ କନ୍ୟା ଦେବେଶୀଙ୍କ ବିବାହ ରାଜକୀୟ ରୀତିନୀତି ଅନୁଯାୟୀ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଛି। ରାଜାଘର ପରମ୍ପରା ଅନୁଯାୟୀ ଗଜପତି ଦିବ୍ୟସିଂହ ଦେବଙ୍କ କନିଷ୍ଠ କନ୍ୟା ରାଜକୁମାରୀ ଦେବେଶୀ ବର୍ଦ୍ଧମାନ ରାଜକୁମାରୀ ଦେବେଶୀ ବର୍ଦ୍ଧମାନ ରାଜକୁମାର ଆଦିତ୍ୟଙ୍କ ହାତ ଧରିଛନ୍ତି।
ବର୍ଦ୍ଧମାନ ରାଜାଙ୍କ ନାତି ତଥା ହରିୟାଣା ଗୁରଗାଓଁ ନିବାସୀ ରାଜୀବ କେହେରଙ୍କ ପୁତ୍ର ଆଦିତ୍ୟ। ଭୁବନେଶ୍ୱରରେ କୋଭିଡ କଟକଣା ମଧ୍ୟରେ କମ୍ ସଂଖ୍ୟକ ଅତିଥିଙ୍କୁ ନେଇ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା। ଭୋଜିରେ ଓଡ଼ିଆ ଖାଦ୍ୟ ପରଷାଯିବା ସହ ସଙ୍ଗୀତ କାର୍ଯ୍ୟକ୍ରମ କରାଯାଇଥିଲା।