ପୁରୀ,(ଏସ୍ ନ୍ୟୁଜ): ଧୀରେ ଧୀରେ ଖୋଲୁଛି ପୁରୀ । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କାଳିଆ ଦର୍ଶନ ନପାଇ ୪ ମାସ ଧରି ଆତୁର ହୋଇ ଚାହିଁ ରହିଥିଲେ ଭକ୍ତ, ଆଉ ଏବେ ଶ୍ରୀମନ୍ଦିରକୁ ପ୍ରବେଶ ନେଇ ଅନୁମତି ମିଳିବା ପରେ ବଡଦେଉଳ ସାମ୍ନାକୁ ଧାଇଁ ଆସିଛନ୍ତି ଶ୍ରଦ୍ଧାଳୁ । ମନରେ ଗୋଟିଏ ଆଶା ବଡଦେଉଳକୁ ଯିବେ ତାଙ୍କ ଭାବର ଭାବଗ୍ରାହୀଙ୍କ ଦର୍ଶନ କରିବେ ।
ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିଛି । ଅଗଷ୍ଟ ୧୬ରୁ ୨୦ଯାଏଁ ୪ ଦିନ ଧରି ସହରବାସୀ ଶ୍ରୀଜିଉଙ୍କ ଦର୍ଶନ କରିବେ । ଏଥିପାଇଁ ପୌରସଂସ୍ଥା ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି । ଟୋକନ ସହ ଆଧାରକାର୍ଡ କିମ୍ବା ଅନ୍ୟ ପରିଚୟ ପ୍ରମାଣପତ୍ର ଦେଖାଇ ବଡଠାକୁରଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।