ପୁରୀ (ଏସ୍ ନ୍ୟୁଜ) : ଆଜି ଶ୍ରୀମନ୍ଦିରରେ ବସିବ ପରିଚାଳନା କମିଟି ବୈଠକ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ୍ ଅନୁମୋଦନ ଏହି ବୈଠକରେ ହେବ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ, ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ବଜେଟ ଆଗତ କରାଯିବ।
ଏନେଇ ପୂର୍ବରୁ ଫାଇନାନ୍ସ ସବ୍ କମିଟି, ଲ୍ୟାଣ୍ଡ ସବ୍ କମିଟି, ସେବାୟତ କଲ୍ୟାଣ ସବ୍ କମିଟି, ନୀତି ସବ୍ କମିଟିରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ବଜେଟରେ ଆୟ ଓ ବ୍ୟୟ ନେଇ ସ୍ଵତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରାଯାଇଛି। ତେବେ କେଉଁ ବାବଦରୁ କେତେ ଆୟ ଓ ବ୍ୟୟ ହେବ ସେନେଇ ଚୂଡ଼ାନ୍ତ ଅଟକଳ ପ୍ରସ୍ତୁତ ହୋଇଛି।
ବିଶେଷକରି ଚଳିତ ବର୍ଷ ସେବାୟତଙ୍କ କଲ୍ୟାଣ ଫଣ୍ଡରେ ବାସସ୍ଥାନ ଯୋଗାଇବା, କୋଭିଡ ସମୟରେ ଆର୍ଥିକ ଅନଟନ ପରିସମାପ୍ତି ପାଇଁ ଅଧିକ ଟଙ୍କା ପ୍ରଦାନ କରିବା, ଆଦର୍ଶ ଗୁରୁକୂଳ ପ୍ରକଳ୍ପ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯିବ। ଅନ୍ୟପଟେ ନାଗାର୍ଜୁନ ବେଶ ଏବଂ ରୂପା ଦ୍ୱାର ଡିଜାଇନକୁ ନେଇ ଆଲୋଚନା କରାଯିବ। ଏହି ପରିଚାଳନା କମିଟି ବୈଠକରେ ଏନେଇ ମୋହର ଲାଗିପାରେ।