ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ୬୧ତମ ବାର୍ଷିକ ଉତ୍ସବ ଶନିବାର ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପୁରୀ ସାଂସଦ ସମ୍ବିତ ପାତ୍ର ମୁଖ୍ୟ ବକ୍ତା ଏବଂ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ସମ୍ନାନୀତ ଅତିଥି ଭାବରେ ଉପସ୍ଥିତ ଥିଲେ ।
ନିମାପଡ଼ା ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ଏବଂ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଉପସ୍ଥିତ ଥିବାବେଳେ ଅଧ୍ୟକ୍ଷା ପୁଷ୍ପିତା ରାଜଗୁରୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।
ଏହି କାଯ୍ୟକ୍ରମରେ ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ବାର୍ଷିକ କ୍ୟାଲେଣ୍ଡର୍, ଓଡ଼ିଆ ବିଭାଗର କବିତା ସଙ୍କଳନ ପୁସ୍ତକ ‘ପ୍ରୟାସ’ ଏବଂ ବାଣିଜ୍ୟ ବିଭାଗର ‘ଇ-ମାଗାଜିନ୍’ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା ।