ପୁରୀ: ରଥଯାତ୍ରାକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି । ଏହା ଉପରେ ଆଉ ଏକ ସମସ୍ୟା ଦେଖିବାକୁ ମିଳିଛି । ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଖରେ ଫାଟ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ରଥର ପଛପଟରେ ଥିବା ସାନ ଉଛୁଳା ଅଖରେ ଫାଟ ହୋଇଛି। ଏହି ସାନ ଉଛୁଳା ଉପରେ ରଥର ସମ୍ପୂର୍ଣ୍ଣ ଭାର ନିର୍ଭର କରିଥାଏ।
ଏବେ ଫାଟ ଖବର ଜଣାପଡ଼ିବା ପରେ ଏହାକୁ ଲୁଚାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ଅଖରେ ଥିବା ବଟମ୍ ପ୍ୟାକିଂ ଓ କ୍ଲାମ୍ପ ଫିଟିଂ କରାଯାଇଛି । ଯେହେତୁ ଫାଟ ରହିଛି ତେଣୁ ଏବେ ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି । କିନ୍ତୁ ମହାରଣା ସେବକମାନେ ଏହା ଏକ ସାଧାରଣ ଘଟଣା ବୋଲି କହୁଛନ୍ତି। ଏହାଦ୍ବାରା କୌଣସି ଅସୁବିଧା ହେବ ନାହିଁ ବୋଲି ସେମାନେ କହୁଛନ୍ତି ।