ଝୁଲନ୍ତା ଅବସ୍ଥା ରେ ମୃତ ଶରୀର ଠାବ, ହତ୍ୟା କି ଆତ୍ମହତ୍ୟା ବଢୁଛି ସନ୍ଦେହ
ଆଜି ଭୋର ସକାଳ ସମୟ ରେ କାକଟପୁର ଥାନା ଅନ୍ତର୍ଗତ …
ଅସ୍ତରଙ୍ଗ: ଆଜି ଭୋର ସକାଳ ସମୟ ରେ କାକଟପୁର ଥାନା ଅନ୍ତର୍ଗତ ଜିଉଁନ୍ତି ଖଣ୍ଡାସାହି ରାସ୍ତା ର ଏକ ନିଜନ ସ୍ଥାନ ରେ ରାସ୍ତା ନିକଟରେ ଏକ ଗଛରେ ଜଣେ ବ୍ୟକ୍ତି ଙ୍କ ଝୁଲନ୍ତା ଅବସ୍ଥା ରେ ମୃତ ଶରୀର କିଛି ସ୍ଥାନୀୟ ଲୋକ ଯାତାୟାତ ସମୟ ରେ ଦେଖିବାକୁ ପାଇଥିଲେ,ଘଟଣା ପ୍ରବାହିତ ହେବାରୁ ଅସ୍ତରଙ୍ଗ ମାଛ ବ୍ୟବସାୟୀ ମାନେ ଘଟଣା ସ୍ଥଳରେ ପହଞ୍ଚି ବ୍ୟକ୍ତି ଙ୍କୁ ଆଣି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇଥିଲେ, ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଅସ୍ତରଙ୍ଗ ପୋଲିସ କୁ ସୂଚନା ଦେବା ପରେ ଶବ ବ୍ୟବଛେଦ ପାଇଁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ରେଫର କରିଛନ୍ତି, ସୂଚନା ମୁତାବକ ବ୍ୟକ୍ତି ଜଣଙ୍କ ମାଛ ବ୍ୟବସାୟୀ, ତାଙ୍କ ଧର୍ମପତ୍ନୀ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ହେଉଥିବା ବେଳେ ତାଙ୍କ ର ଗୋଟେ ପୁଅ ଭୁବନେଶ୍ୱର ରେ ପାଠ ପଢୁଛନ୍ତି,ଘରେ ଜଣେ ମା ଯିଏ ଅନ୍ଧୁଣି ଆଉ ଜଣେ ସାନ ଭାଇ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ, ତେବେ ପାରିବାରିକ ଅଶାନ୍ତି ପାଇଁ ଯଦି ସେ ଏହିଭଳି ପଦକ୍ଷେପ ନେଇଥିଲେ ତେବେ ଘରେ ନେଇପାରିଥାନ୍ତେ ମାତ୍ର ଘର ଠୁ ୪କିଲୋମିଟର ଦୂର ରେ ନିଜନ ସ୍ଥାନ ରେ କାଇଁ ନେଲେ, ତା ପରେ ପ୍ରଶ୍ନ ଉଠୁଛି ପରିବାର ଲୋକ ନାହାନ୍ତି, ଅନ୍ୟ ଲୋକ ପୋଲିସ କୁ ସୂଚନା ନଦେଇ କାଇଁ ତାଙ୍କୁ ଝୁଲନ୍ତା ଅବସ୍ଥା ରୁ ଖୋଲିଲେ, ଏହାକୁ ନେଇ ଅସ୍ତରଙ୍ଗ ପୋଲିସ ଘଟଣା ସ୍ଥଳରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି l