ଆଜି ଶ୍ରୀଜିଉଙ୍କ ବନକଲାଗି

ପୁରୀ : ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି । ଏଥିପାଇଁ ଆପାତତଃ ସନ୍ଧ୍ୟା ୭ଟାରୁ ରାତି ସାଢେ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଦ୍ଵିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ଭିତରୁ ଜୟ ବିଜୟ ଦ୍ଵାର ବନ୍ଦ କରାଯିବ । ଠାକୁରଙ୍କୁ ମଇଲମ କରାଯିବା ସହ ପହୁଡ ଆଳତି କରାଯିବ।