ଧାମନଗର(ସାକ୍ସୀ ନ୍ୟୁଜ୍): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଧାମନଗର ଖାନକା ସରିଫ ମତୱଲି ସୟଦ ହବିବ ରାଜା ହବିବି ଖାନକା ଅଫିସକୁ ପ୍ରବେଶ କରିବା ସହ ନିଜ ଦଖଲକୁ ନେଇଥିବା ଜଣାପଡିଛି। ଏସପିଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ସନ୍ଧ୍ୟାରେ ଧାମନଗର ଏସ୍ଡିପିଓ ବିଷ୍ଣୁ ଚରଣ ବାରିକ୍ ଓ ଆଇଆଇସି ଶୁଭ୍ରଜିତ ଦାଶଙ୍କ ଉପସ୍ଥିତିରେ ଏବଂ ପୋଲିସ ସହଯୋଗରେ ମତୱଲି ଖାନକା ଅଫିସ ଯାଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ଉର୍ସ କମିଟି ପକ୍ଷରୁ ମତୱଲିଙ୍କ ପୁଷ୍ପଗୁଚ୍ଛ ପ୍ରଦାନ କରି ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ତେବେ ଦୀର୍ଘଦିନ ଧରି ଲାଗି ରହିଥିବା ଖାନକା ଅଫିସ ଜବରଦଖଲ ବିବାଦର ସମାପ୍ତ ହୋଇଛି। ମତୱଲିଙ୍କ ତତ୍ତ୍ୱାବଧାନରେ ପୀରବାବାଙ୍କ ଉର୍ସ ଉତ୍ସବ ପାଳନ ସହ ସରକାରୀ କାର୍ଯ୍ୟକ୍ରମ ଏବଂ ଖାନକା ସରିଫର ସମସ୍ତ ଦାୟିତ୍ୱ ତୁଲାଇବେ ବୋଲି ଉର୍ସ କମିଟିର କର୍ମକର୍ତ୍ତା ସେକ ଗୋଲାମ ଅଲ୍ଲୀ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।
ଆସନ୍ତା ଶୁକ୍ରବାର ଅପରାହ୍ନ ୪ଟା ମଧ୍ୟରେ ଖାନକା ପରିସରରେ ଉର୍ସ ଉତ୍ସବ ପାଳନ ସମ୍ପର୍କରେ ଅନ୍ତିମ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ ମହମ୍ମଦ ଇସ୍ରାଇଲ ହବିବି ସୂଚନା ଦେଇଛନ୍ତି। ତେବେ ମତୱଲି ଅଫିସକୁ ପ୍ରବେଶ କରିବା ପରେ ଏବେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ଚଳିତ ବର୍ଷର ଉର୍ସ ଉତ୍ସବ କିପରି ଶାନ୍ତି ଶୃଙ୍ଖଳା ସହ ପାଳନ ହେବ ତାକୁ ପରିଚାଳନା କରିବା ପାଇଁ ମତୱଲିଙ୍କ ନିଜ ଦାଦା ଖାନକା ହବିବିୟା ଟ୍ରଷ୍ଟର ସଭାପତି ସୟଦ ଗୋଲାମ ଅହେମ୍ମଦ ହବିବି ପୂର୍ବ ଅଫିସ ଛାଡି ପାଖ ଗୃହରେ ଆଉ ଏକ କାମଚଳା ଅଫିସ କରିଥିବା ସୟଦ ଗୋଲାମ ଅହେମ୍ମଦ ହବିବି,ସମ୍ପାଦକ ସେକ ମୁକ୍ତାର ଅହେମ୍ମଦ ହବିବିଙ୍କ ଠାରୁ ସୂଚନା ମିଳିଛି। ତେବେ ସାଧାରଣରେ ପ୍ରଶ୍ନ ଯେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲେ ଭଲ ହୋଇଥାନ୍ତା ବୋଲି ଭକ୍ତଙ୍କ ମଧ୍ୟରେ ମତପ୍ରକାଶ ପାଇଛି। ପୀରବାବାଙ୍କ ଉର୍ସ ଉତ୍ସବ ପାଇଁ (ମସ୍ତାନ-ଏ- ମିଲ୍ଲତ)ଙ୍କ ନେତୃତ୍ୱରେ ୧୫ଦିନ ଆଗରୁ ଖାନକା ପରିସରକୁ ଲିଚୁ ଲାଇଟରେ ଆଲୋକିକରଣ ଓ ଆକର୍ଷଣୀୟ ସୁସଜ୍ଜିତ କରାଯାଇଥିବାରୁ ଆଲୋଚନାର ବିଷୟ ବସ୍ତୁ ପାଲଟିଛି ।
ଆଉ ଗୋଟିଏ ଦିନ ପରେ ପୀରବାବାଙ୍କ ଉର୍ସ ଉତ୍ସବ ପାଳନ ନେଇ ଚଳଚଂଚଳ ଧାମନଗର ସହର। ଏଥିରେ ଆମ ରାଜ୍ୟ ଓ ଦେଶର ବିଭିନ୍ନ ରାଜ୍ୟରୁ ବିଭିନ୍ନ ଦୋକାନ ବଜାର ଆସିଥିବା ବେଳେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ସମାଗମକୁ ଲକ୍ଷ କରି ଉର୍ସ ଏବଂ ଟ୍ରଷ୍ଟ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି। ଜିଲ୍ଲା ଓ ପ୍ରଶାସନ ଏବଂ ଏନ ଏ ସି କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ସୁବିଧା କରାଯାଇଥିବା ବେଳେ ଖାନକା ଉର୍ସ,ଦୁର୍ଗାପୂଜା ଉଭୟ ପର୍ବ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହଯୋଗ କମନା କରିଛନ୍ତି। ଭଦ୍ରକରୁ ସ୍ମୃତିରଞ୍ଜନ ଦୋବାଇଙ୍କ ରିପୋର୍ଟ ।