ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଗଣମାଧ୍ୟମକୁ କହିଛନ୍ତି। ଯାହା ସାରା ରାଜ୍ୟବାସୀଙ୍କର ହୋସ ଉଡ଼ାଇଦେଇଛି । ରେଳମନ୍ତ୍ରୀଙ୍କ କହିବା ଅନୁଯାୟୀ, ଟ୍ରେନ୍ ଟ୍ରାଜେଡ଼ିର ତଦନ୍ତ ସରିଛି ।
ଏନେଇ ରେଲ୍ ସେପ୍ଟି କମିଶନ ଖୁବ୍ ଶୀଘ୍ର ରିପୋର୍ଟ ଦାଖଲ କରିବା ସହ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ମଧ୍ୟ ଚିହ୍ନଟ କରାଯାଇଛି । ଇଣ୍ଟରଲକିଂ ସିଷ୍ଟମରେ ସମସ୍ୟା ଥିବାରୁ ଏହି ବଡ଼ ଦୁର୍ଘଟଣା ଘଟିଯାଇଛି ।