ସାରା ରାଜ୍ୟରେ ଲାଗି ରହିଛି ବର୍ଷା

ଭୁବନେଶ୍ୱର : ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ୪୮ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ମୁହାଁଇବ ବୋଲି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ କୋରାପୁଟ ଓ ମାଲକାନଗିରି ସହିତ ଅନେକ ଅଞ୍ଚଳରେ ବର୍ଷା ହୋଇଛି। କୋରାପୁଟରେ ୨୪.୨ମି.ମି. ଓ ମାଲକାନଗିରିରେ ୨.୪ମି.ମି. ବର୍ଷା ରେକର୍ଡ କରାଯାଇଛି। ଚାନ୍ଦବାଲି, ଭୁବନେଶ୍ବର, କଟକ, ବାରିପଦା, ଭବାନୀପାଟଣା, ଢେଙ୍କାନାଳ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ଅନେକ ଅଞ୍ଚଳରେ ବର୍ଷା ଲାଗି ରହିଛି ।