ଆଜିଠୁ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର : ସକ୍ରିୟ ରହିଛି ଲଘୁଚାପ, ଆହୁରି ତିନି ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଓଡ଼ିଶାର ଚତୁଃପାର୍ଶ୍ବରେ ୩ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଦକ୍ଷିଣ ବାଂଲାଦେଶ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଥିବା ବେଳେ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଉ ଏକ ଘୂର୍ଣ୍ଣିବଳୟ ପୂର୍ବ ବାଂଲାଦେଶ ଉପରେ ଅବସ୍ଥିତ ରହିଛି। ଏହାର ପ୍ରଭାବରେ ଆଜିଠୁ ବଢିବ ବର୍ଷା ପରିମାଣ । ଆଜି ପ୍ରବଳ ବର୍ଷା ନେଇ ୯ଜିଲ୍ଲା ଓ ୧୫ତାରିଖରେ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୮ ପରେ କମିବ ବର୍ଷାର ପରିମାଣ ।