କ୍ରୀଡ଼ାର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଧନ୍ୟବାଦ ଜଣାଇଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଆଠଗଡ, (ଏସ୍‌ ନ୍ୟୁଜ): କଟକ ଜିଲ୍ଲାର ଆଠଗଡରେ ଏକ ଇଣ୍ଡୋର ଷ୍ଟାଡିୟମ ପାଇଁ ରାଜ୍ୟ କ୍ୟାବିନେଟରେ ପାରିତ ହେବା ପରେ ରାଜ୍ୟସରକାର ତଥା ମୂଖ୍ୟମନ୍ତ୍ରୀ ଙ୍କୁ ଆଠଗଡ ଶ୍ରୀରାମ ପ୍ୟାଲେସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଧନ୍ୟବାଦ ଜଣାଇଛନ୍ତି କ୍ରୀଡାବୀତ୍‌ । ଆଥଲେଟିକ୍‌ ଆସୋସିଏସନ କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଆଠଗଡର ମୁଖ୍ୟ ଷ୍ଟାଡିୟମ ପାଖରେ ୬ କୋଟି ୧୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି ଇଣ୍ଡୋର ଷ୍ଟାଡିୟମ, ଅତ୍ୟାଧୁନିକ ଶୈଳିରେ ନିର୍ମିତ ଏହି ଷ୍ଟାଡିୟମରେ ଇନଡୋର କ୍ରୀଡା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟ ସହିତ, ମହାମାରୀ ସମୟରେ ଡାକ୍ତରଖାନା, ସଭା ସମିତି, ପରିକ୍ଷା ପରିଚାଳନା ଏହା ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି କୁହାଯାଇଛି ।