ଜଣେ ଅଦ୍ଵିତୀୟ ଛାତ୍ରନେତା ରାକେଶ ହାତୀ

ବରଗଡ,(ଏସ୍‌ ନ୍ୟୁଜ)ତା ୧୮/0୮: ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ନିଜ ପାଇଁ ନୁହେଁ ସମାଜ ପାଇଁ କିଛି କରିଛନ୍ତି ଓ ଏହି ଉକ୍ତିଟିକୁ ନିଃସ୍ଵାର୍ଥପର ସେଵା କରିବା ହେଉଛି ମାନବିକ ମୂଲ୍ୟବୋଧର ଅସଲ ପରିଚୟ ବହନ କରିଛନ୍ତି ରାକେଶ କୁମାର ହାତୀ l ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ର ଏକ ଅଖ୍ୟାତ ପଲ୍ଲୀର ହାତିପାଲି ଗାଁର ଏକ ଗରିବ ଚାଷୀ ପରିବାରରେ ୨୦୦୧ ମସିଆ ଅପ୍ରେଲ ମାସ ୧୫ ତାରିଖରେ ତାଙ୍କର ଜନ୍ମ ।

ଗାଁ ସ୍କୁଲରେ ତୃତୀୟ ଶ୍ରେଣୀ ପାଠ ପଢ଼ିସାରିବା ପରେ ୩ୟ ଶ୍ରେଣୀ ପଢିବା ପାଇବା ପରେ ଭେଡେନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ ନାମ ଲେଖାଇଥିଲେ l କିନ୍ତୁ ପାରିବାରିକ ସମସ୍ୟା ଆର୍ଥିକ ସ୍ଥିତି ଆହୁରି ଧୀରେ ଧୀରେ ଦୁର୍ବଳ ହେବାରୁ ପୂର୍ଣ୍ଣାଙ୍ଗ ଶିକ୍ଷାରୁ ସେ ବଞ୍ଚିତ ହୋଇଥିଲେ ପୁଣି ନବମ ଶ୍ରେଣୀ ରେ ରେଶମ ହାଇସ୍କୁଲରେ ପାଠ ପଢିଲେ ଓ ପରେ ରେଶମ କଲେଜରେ ଯୁକ୍ତ ୨ ପାଠ ପଢି ସାରିବା ପରେ ଇଚ୍ଛାଥିଲା ସୁଦୂର ରାଜଧାନୀ ରେ ପାଠ ପଢ଼ିବାର କିନ୍ତୁ ଭଗବାନଙ୍କ ଇଛା ଆଉ ଅନ୍ୟ କିଛି ସମୟ ସ୍ରୋତରେ ଭାସି ଭାସି କାଳର କରାଳ ଚକ୍ରରେ ଘାଣ୍ଟି ହୋଇ ବର୍ତ୍ତମାନ ସେ ବରପାଲି ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟୟନରତ ଛାତ୍ର l

ଛାତ୍ର ଜୀବନରେ ତାଙ୍କର ପାଠ ପଢ଼ାରେ ସେ ବେଶ ନିପୁଣ,ପାଠ ପଢିବା ସହିତ ସମାଜ ସେବାରେ ପ୍ରତିଟି ମୁହୂର୍ତ୍ତ ନିଜକୁ ଉତ୍ସର୍ଗୀକୃତ କରିଦେଇଥିବା ହେତୁ କଲେଜରେ ମଧ୍ୟ ସମସ୍ତ ଛାତ୍ର ଛାତ୍ରୀ ଙ୍କ ସମେତ ଅଧ୍ୟାପକ ,ଅଧ୍ୟାପିକା ଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି l ଦିନ ହେଉ ଅବା ରାତି ଛୁଟି ଯାଆନ୍ତି ଅନ୍ୟର ଅସୁବିଧା ଦେଖିଲେ ବୀର ଦର୍ପରେ l ନିଜର ଅଜାଙ୍କ ନାମରେ ଥିବା ଜମି ଖଣ୍ଡକ ମଧ୍ୟ ବନ୍ଧା ପକାଇ ଦେଇଛନ୍ତି l

ସବୁବେଳେ ଲୋକଙ୍କ ସମସ୍ୟରେ ସହଭାଗୀ ହେଉଥିବା ମଣିଷ ପରି ମଣିଷଟିଏ ଯିଏ ରହି ପାରନ୍ତି ନାହିଁ ଅନ୍ୟଙ୍କ ଆଖିରେ ଲୁହ,ସ୍ୱାସ୍ଥ୍ୟ ସମସ୍ୟା ହେଉ ପାଣି ପାଇଁ ଲୋକେ ହାହାକାର ହେଉଥିବା ସମସ୍ୟା ହେଉ ସବୁବେଳେ ସରକାରଙ୍କ ଦୃଷ୍ଟି କୁ ଆଣି ଲୋକଙ୍କ ସୁବିଧା ସହଯୋଗରେ ଛିଡା ହୋଇଯାଆନ୍ତି l

ଗାଁ ର ଅନେକ ସମସ୍ୟା ଗୋଟିଏ ସୋଲାର ୱାଟର ପ୍ରୋଜେକ୍ଟ ୬୫ କେଭି ର ବିଦ୍ୟୁତ ଟ୍ରାନ୍ସଫର୍ମର ନିଜେ ଛିଡା କରି ପାରିଛନ୍ତି ଏପରି ଅନେକ କିଛି ସାମୁହିକ କାର୍ଯ୍ୟରେ ତାଙ୍କର ଅନନ୍ୟ ଅବଦାନ ରହି ଆସିଛି l ଠିକ ସେହିପରି ସ୍ୱାଧୀନତାର ପୂର୍ବବର୍ତ୍ତୀ ସମୟରୁ ନିଜ ଗାଁ କୁ ରାସ୍ତାଟିଏ ନଥିଲା ନିଜ ଉଦ୍ୟମରେ ଗାଁ କୁ ସିଧା ରାସ୍ତାଟିଏ ତିଆରି କରିଛନ୍ତି ଯଦ୍ୱାରାକି ଗାଁ ର ଶହ ଶହ ଲୋକ ଉପକୃତ ହେଉଛନ୍ତି l ଅଞ୍ଚଳରେ ସରକାରୀ ସୁବିଧାରୁ ବଂଚିତ ତଥା ଅନେକ ଅସହାୟ ଲୋକଙ୍କୁ ଭତ୍ତା ଖଣ୍ଡେ ଲେଖାଏଁ କରାଇ ପାରିଛନ୍ତି l
ନିଜ ଗାଁ ରେ ହେଉ ଅବା ନିଜ ଅଞ୍ଚଳରେ ଲୋକଙ୍କ ସ୍ବାସ୍ଥ୍ୟଗତ ଅସୁବିଧା ନେଇ ଯାଆନ୍ତି ଉଚ୍ଚତର ଚିକିତ୍ସା ପାଇଁ ସୁଦୂର କଟକ କୁ ଏପରିକି ରକ୍ତ ସମସ୍ୟା ହେଉ କିମ୍ବା ବର୍ତ୍ତମାନ ଭଳି କୋଭିଡ ମହାମାରୀ ସମୟରେ ଲୋକଙ୍କ ପାଖକୁ ନିଜ ଲୋକ ବି ପହଞ୍ଚୁ ନଥିବା ସମୟରେ ନିଜେ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କୁ ସାଙ୍ଗରେ ନେଇ ଯାଆନ୍ତି ତଥା ନିଜ ଅଞ୍ଚଳରେ ଅସହାୟ ଙ୍କ ଶବ ସତ୍କାର ପାଇଁ ଦିନ ରାତି ଛିଡା ହୋଇଯାଆନ୍ତି l

ରାକେଶ କୁହନ୍ତି “ସମାଜ ସେବାରେ କୌଣସି ପର୍ବ ନଥାଏ “ଜନସାଧାରଣଙ୍କ ସାଥିରେ ରହି ଉଚ୍ଛ୍ବସିତ ସେବାର ସମର୍ପତ ହେବାର ଅନ୍ୟ କିଛି ଅନୁଭୂତି ଓ ଆତ୍ମତୃପ୍ତି ମିଳିଥାଏ l ଭାରତ ବର୍ଷରେ ଜନ୍ମ ନେଇଛି,ଜଣେ ନାଗରିକ ର କର୍ତ୍ତବ୍ୟ ପାଳନ କରୁଛି ବାସ l ତାଙ୍କର ଏହି ମହତ କାମ ଗୁଡିକ ପାଇଁ ବର୍ତ୍ତମାନ ସେ ସବୁଆଡେ ଏକ ଘରେ ଘରେ ପରିଚିତ ଚେହେରା ଓ ତାଙ୍କର ଏହି କାମ ଗୁଡିକୁ ସମସ୍ତେ ଭୂରି ଭୂରି ପ୍ରଶଂଶା କରିଛନ୍ତି l