ଖୁବଶୀଘ୍ର ରଣବୀର-ଆଲିଆଙ୍କ ପଡିବ ହାତଗଣ୍ଠି!

ମୁମ୍ବାଇ: ବଲିଉଡର ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବଶୀଘ୍ର ବିବାହ କରିବା ନେଇ ଚର୍ଚ୍ଚା ଜୋରସୋର ଚାଲିଛି । ଆସନ୍ତା ଏପ୍ରିଲରେ ରାଜସ୍ଥାନରେ ବିବାହ କରିବେ ବୋଲି ଚର୍ଚ୍ଚା ହେଲାଣି । ଏନେଇ ଉଭୟଙ୍କ ପରିବାର ମଧ୍ୟ ପ୍ରସ୍ତୁତ ଆରମ୍ଭ କଲେଣି ।

ଉଭୟଙ୍କ ବିବାହକୁ ନେଇ ଦୀର୍ଘଦିନ ହେବ ବି-ଟାଉନରେ ଚର୍ଚ୍ଚା ଚାଲିଛି । ଏକ ରିପୋର୍ଟ ମୁତାବକ ରଣବୀର-ଅଲିଆଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଶୁଣିବାକୁ ମିଳୁଛି ଯେ, ଉଭୟ ରାଜସ୍ଥାନର ରନ୍ଥାମ୍ଭୋରରେ ବିବାହ କରିବେ । ଅନ୍ୟପକ୍ଷରେ ରଣବୀର-ଆଲିଆ ଏହି ବିବାହକୁ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।