ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ୧୦ଦିନ ଗଣଦୁଷ୍କର୍ମ ଅଭିଯୋଗ

ସୋର : ବିବାହର ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାଙ୍କୁ ୧୦ ଦିନ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଗତ ୧୪ ତାରିଖ କେଦାରପୁର ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ସିମୁଳିଆ ଥାନା ପାଉସିଆପଦାର ସମ୍ପର୍କୀୟ ଭିଣୋଇ ବିଦ୍ୟକ୍ଷଧର ବେହେରା ଓ ସେହି ଗ୍ରାମର ଜାକସନ କେଦାରପୁର ଅଞ୍ଚଳରୁ ଉଠାଇ ନେଇ ୧୦ ଦିନ ଧରି ସୋର ସହରରେ ଏକ ଘରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦିନ ବେଳା ରୁମରେ ତାଲା ପକାଇ ରଖୁଥିଲେ ଓ ରାତିରେ ଦୁଷ୍କର୍ମ କରୁଥିଲେ । ଏହି ଘଟଣା ପ୍ରକାଶ କଲେ ନଗ୍ନ ଫଟୋ ଭାଇରାଲ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଗତ ୨୭ ତାରିଖ ନାବାଳିକାଙ୍କୁ ତାଙ୍କ ଘର ଆଗରେ ୬ ଜଣ ଯୁବକ ଛାଡି ଚାଲି ଯାଇଥିଲେ । ଏନେଇ ନାବାଳିକାଙ୍କ ମା’ ସୋର ପୋଲିସଠାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରୁଛି ।