ରାସନ୍‌ କାର୍ଡ ଯାଂଚ ଅବଧି ଗଡ଼ିଲା ମାର୍ଚ୍ଚ ୩୧ ତାରିଖ ଯାଏ

ଭୁବନେଶ୍ୱର: ରାସନ୍‌ କାର୍ଡ ଆଶାୟୀଙ୍କ ପାଇଁ ଖୁସି ଖବର ।

ଇ-କେୱାଇସି ଯାଂଚ ସମୟ ବଢ଼ାଯିବନି ବୋଲି ପୂର୍ବରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କହୁଥିଲେ । ମାତ୍ର କେତେକ ସ୍ଥାନରେ ଯାଂଚ ପ୍ରକ୍ରିୟା ବାଧାପ୍ରାପ୍ତ ହେବାରୁ ରାଜ୍ୟ ସରକାର ଇ-କେୱାଇସି ଯାଂଚ ଅବଧି ବଢ଼ାଇବାକୁ ବାଧ୍ୟ ହୋଇଛନ୍ତି । ସୂଚନା ମୁତାବକ ରାସନ୍‌ କାର୍ଡ ଯାଂଚ ଅବଧି ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା ।

ଆଜି ସୁଦ୍ଧା ୨ କୋଟି ୯୯ ଲକ୍ଷ ୮ ହଜାର ୪୫୭ ଜଣ ହିତାଧିକାରୀ ଇ-କେୱାଇସି ଯାଂଚ କରି ସାରିଛନ୍ତି । ୩୪୧ଟି କେନ୍ଦ୍ରରେ ନେଟ୍‌ ୱାର୍କ ତ୍ରୁଟି କାରଣରୁ ଇ-କେୱାଇସି ଯାଂଚ ହୋଇପାରିନି । ୨୩୦ଟି କେନ୍ଦ୍ରରେ ନେଟ୍‌ ୱାର୍କ ଆଦୌ କାମ କରୁ ନଥିଲା ବେଳେ ୧୧୧ଟି କେନ୍ଦ୍ରରେ ନେଟ୍‌ ୱାର୍କ ଧିମା ରହିଛି । ତେଣୁ ଯାଂଚ ସମୟକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି ।