ମେଗା ନିଯୁକ୍ତି ମେଳା ୨୦୨୬ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାୟଗଡା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ….

ରାୟଗଡ଼ା: ରାୟଗଡା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଙ୍କର ଅଧକ୍ଷତାରେ ଆଗାମୀ ବୃହତ୍ତ ନିଯୁକ୍ତି ମେଳା ୨୦୨୫-୨୬ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଜିଲ୍ଲାପାଙ୍କ ସଦଭାବନା ଗୃହଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିବୀନ ଚନ୍ଦ୍ର ନାଏକ, ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ କ୍ଷ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ସୁଶ୍ରୀ ସ୍ଵର୍ଣ ଲତା ରାଉତ ସମସ୍ତଙ୍କୁ ସ୍ୱାଗତ କରି ନିଯୁକ୍ତି ମେଳା ଆୟୋଜନର ଉଦେଶ୍ୟ ଉପରେ ଉପସ୍ଥାପନା କରିଥିଲେ କ୍ଷ ଜିଲ୍ଲାପାଳ ଶ୍ରୀ କୁଲକାର୍ଣ୍ଣି ବୈଠକକୁ ଅଧ୍ୟକ୍ଷତା କରି କହିଲେ ଜିଲ୍ଲାର ବହୁ ବେକାର ଯୁବକ ଯୁବତୀ ଯେପରି ଉପକୃତ ହେବେ ସେଥିପାଇଁ ବହୁ ନିଯୁକ୍ତି ସଂସ୍ଥା ଯେପରି ସାମିଲ ହେବେ ସେଥିପାଇଁ ସମସ୍ତଙ୍କୁ ଆମନ୍ତ୍ରଣ କରାଯିବକୁ କହିଥିଲେ କ୍ଷ ଜିଲ୍ଲାର ନିଯୁକ୍ତି ମେଳା ମାଧ୍ୟମରେ ସ୍ଥାନୀୟ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟରଖି ଜିଲ୍ଲାରୁ ଅତି କମରେ ୪୦୦ଜଣକୁ ନିଯୁକ୍ତି ଦେବାକୁ ଲକ୍ଷ ରଖାଯାଇଛି। ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହରେ ମେଗା ଜବ୍ ଫେୟାର ୨୦୨୫-୨୬ ଆୟୋଜିତ କରାଯିବକ୍ଷ ନିମନ୍ତେ ନିର୍ଧାରଣ ହୋଇଛି କ୍ଷ ଜିଲ୍ଲାରେ ସମଦୂରତାକୁ ଦେଖି ଏବଂ ସବୁ ଆଡୁ ଯେପରି ଆସିପାରିବେ ସେ ଦୁଷ୍ଟିରୁ ଜିଲ୍ଲାପାଳ ବିଷମ କଟକ ବ୍ଲକର ମିନି ଷ୍ଟାଡିଅମ ଠାରେ ଆୟୋଜନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି କ୍ଷ
ମେଗା ଜବ୍ ଫେୟାର ୨୦୨୫-୨୬ ଅଂଶଗ୍ରହଣକାରୀମାନଙ୍କ ସହ କମ୍ପାନୀ ଓ ସ୍ଥାନୀୟ ଏମ୍ଏସ୍ଏମ୍ଇ ସହିତ ଫୋକସ୍ ଗ୍ରୁପ୍ ସହ ଆଲୋଚନା କରିବାକୁ ଗୁରୁତ୍ୱ ଦିଆଯାଇଛି। ଏହିଥର ଷ୍ଟାର୍ଟଅପ ମୁଦ୍ରା ଲୋନ ଉପଭକ୍ତକ୍ଷଙ୍କ ଅନୁଭୁତି ଉପସ୍ଥାପନା କରିବାକୁ ଜିଲ୍ଲାପାଳ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ରାୟଗଡ଼କୁ ନିର୍ଦେଶ ଦେଇଥିଲେ କ୍ଷ ପୂର୍ବବର୍ତ୍ତୀ ଜବ୍ ଫେୟାରର ସଫଳତାରେ ଆଧାରିତ ନିଯୁକ୍ତି ପାଇଥିବା ଏହି କାର୍ୟ୍ୟକ୍ରମ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନରେ ସାହାଯ୍ୟ କରିବ ।

ଆରକ୍ଷୀ ଅଧିକ୍ଷକ ରାୟଗଡ଼ ଆଇନ ଶୁଙ୍ଖଳା ଵ୍ୟବସ୍ଥା କରିବେ, ସିଡିଏମଓ ସ୍ୱାସ୍ଥ୍ୟ ସମସ୍ୟା ବୁଝିବେ, ଗ୍ରାମୀୟ ଜଳାଯୋଗାଣ ବିଭକ୍ଷଗ ପିଇବା ପାଣି ଵ୍ୟବସ୍ଥା କରିବ, ଅଗ୍ନି ସମ ବିଭାଗ ଅଗ୍ନି ନିରାପତ୍ତା ପ୍ରତି ଧ୍ୟାନ ଦେବେ ବୋଲି ସ୍ଥିର କରାଯାଇଛି I ଏହି ବୈଠକରେ ଅବ୍ୟାନ୍ୟ ଜିଲ୍ଲାସ୍ଥରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ କ୍ଷ