ପିଏମ ଜନମନ ପରିଯୋଜନାରେ ଜନସଚେତନତା କାର୍ଯ୍ୟକ୍ରମ

ରାୟଗଡ: ରାୟଗଡ ଜିଲ୍ଲା ଗୁଣୁପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଚିନାସାରି ଗ୍ରାମପଞ୍ଚାୟତଠାରେ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାୟୀ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ତତ୍ଵାବଧାନରେ ବୁଧବାର ପୂର୍ବାହ୍ନ ୧୦ଟାରେ ପ୍ରଧାନ ମନ୍ତ୍ରୀ ଜନ ଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଯୋଜନା ସମ୍ପର୍କରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ କରାଯାଇଥିଲା । ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାୟଗଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁଣୁପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ରହିଥିଲେ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ଅର୍ଥାତ ତା.୩୦.୦୯.୨୦୨୫ରିଖ ମଧ୍ୟରେ ସମସ୍ତ ଅସମ୍ପୂର୍ଣ ଏବଂ ନୂତନ ଭାବେ ଚିହ୍ନଟ ହୋଇଥିବା PM-JANMAN ହିତାଧିକାରୀମାନେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବାକୁ ବୈଠକରେ ଆଲୋଚନା କ୍ରମେ ହିତାଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ଧାର୍ଯ୍ୟ ସମୟ (୪ ମାସ) ମଧ୍ୟରେ ସମସ୍ତ ଗୃହ କାର୍ଯ୍ୟ ସମ୍ପୂର୍ଣ ହେଲେ ହିତାଧିକାରୀମାନଙ୍କୁ ୨୦ ହଜାର ଟଙ୍କା ସରକାରଙ୍କ ତରଫରୁ ପ୍ରୋତ୍ସାହନା (incentive) ରାଶି ପ୍ରଦାନ କରାଯାଉଥିବା ନେଇ ସୂଚନା ଦିଆଯାଇଥିଲା । ଗୃହ କାର୍ଯ୍ୟ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ କରିବାକୁ ଉପସ୍ଥିତ ସମସ୍ତ ହିତାଧିକାରୀ ଏକ ସ୍ବରରେ ସହମତି ପ୍ରକାଶ କରିଥିଲେ ।

ଏହି ସଚେତନ ଶିବିରରେ କାର୍ଯ୍ୟକ୍ରମ ସଞ୍ଚାଳକ (ଗ୍ରାମୀଣ ଗୃହ) ଜିଲ୍ଲା ପରିଷଦ ରାୟଗଡା, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ, BPC(RH), APO(MGNREGA), GPDO(GUNUPUR), ସମାଜ ମଙ୍ଗଳ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ADEO, ସରପଞ୍ଚ ଏବଂ ସମିତି ସଭ୍ୟା, ଚିନାସାରୀ ଗ୍ରାମ ପଞ୍ଚାୟତ ଏବଂ ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।