ରାୟଗଡ଼: ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜନସାଧାରଣଙ୍କୁ ବ୍ୟାପକ ସଚେତନତା କରିବା ନିମନ୍ତେ ଚଳିତ ଜୁନ ମାସ ୧୨ ଠାରୁ ୨୧ ତାରିଖ ମଧ୍ୟରେ ପ୍ରତି ଗ୍ରାମ ପଞ୍ଚାୟତ ରେ ବୁଲିବ ବିକାଶ ବାହନ । ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରାୟଗଡ଼ ବ୍ଳକ ସଦଭାବନା ସଭା ଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ ମିଶ୍ର,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଳକ ନୋଡାଲ ଅଧିକାରୀ କାଳୁଚରଣ ନାୟକ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ଗାଡିର ଦୈନିକ ଯାତ୍ରା ଯୋଜନା, ବିଭିନ୍ନ ବିଭାଗୀୟ ସୁବିଧା ସୁଯୋଗ ବଣ୍ଟନ, ମୌଳିକ ସମସ୍ୟା ଚିହ୍ନଟ ଓ ଅଭିଯୋଗ ଗ୍ରହଣ ଆଦି ବିଷୟରେ ଆଲୋଚନା କରିଥିଲେ ।

ଏଥିରେ ଜଙ୍ଗଲ, ସ୍ଵାସ୍ଥ୍ୟ, ଜୀବିକା ମିଶନ, ମହିଳା ଓ ଶିଶୁ ବିକାଶ, ସାମାଜିକ ସୂରକ୍ଷା, ଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ,ପଶୁପାଳନ, ଶ୍ରମ, କୃଷି, ବ୍ୟାଙ୍କର ଆଦି ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଆଧାର ପଞ୍ଜିକରଣ,ଇ କେ ୱାଇସି ଅଧୁନାତନ ସହ ନୂତନ ବ୍ୟାଙ୍କ ଆକାଉଣ୍ଟ ଆଦି ସୁବିଧା ଉପଲବ୍ଧ ନେଇ ଆଲୋଚନା କରାଯାଇଥିଲା । ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ ସାହୁ ଓ ଡ: ସୁନିଲ ମହାପାତ୍ର, ରେଞ୍ଜର କାମେଶ୍ଵର ଆଚାରୀ, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ପଞ୍ଚାୟତ ସ୍ତରୀୟ ନୋଡାଲ ଅଧିକାରୀ,ବ୍ଳକ ଜୀବିକା ମିଶନ ମ୍ୟାନେଜର ପ୍ରମୂଖ ସମସ୍ତ ବ୍ଳକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।