ଭୁବନେଶ୍ୱର (ଏସ୍ ନ୍ୟୁଜ): ମହାନଦୀରେ ବୁଡ଼ିଯିବା ଘଟଣାରେ ମୁହଁ ଖୋଲିଛନ୍ତି ଅଭିନେତା ଅମ୍ଳାନଙ୍କ ପତ୍ନୀ ଭୂମିକା ଦାସ । ପାଣିରେ ବୁଡ଼ିଯିବାଟା ପାରିବାରିକ ଝଗଡ଼ା ନୁହେଁ କହି ଆତ୍ମହତ୍ୟାର ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି।
“ଭିଡିଓ ମାଧ୍ୟମରେ ସେ କହିଛନ୍ତି ଯେ, ଦୀପାବଳି ପୂଜା ପାଇଁ ଉପବାସ ଥିବାରୁ ଦୁର୍ବଳ ଲାଗୁଥିଲା । ପୂଜା ସାମଗ୍ରୀ ଗୁଡ଼ିକ ପାଣିରେ ପକାଇବାକୁ ଗଲା ବେଳେ ମୁଣ୍ଡ ବୁଲାଇ ଦେଲା । ଯେହେତୁ ମୁଁ ହାଇ ହିଲ୍ ପିନ୍ଧିଥିଲି, ତେଣୁ ଗୋଡ଼ ଖସିଗଲା ଓ ମୁଁ ନଦୀରେ ପଡ଼ି ଯାଇଥିଲି । ଏହାକୁ ନେଇ ଗୁଜବ କରି ମୋ ପରିବାରକୁ ଏପରି କହିବା ଠିକ୍ ନୁହଁ । ଦୟାକରି ଗୁଜବ ପ୍ରଚାର କରନ୍ତୁନି ।”

ସୂଚନା ଅନୁଯାୟୀ, ବିଶିଷ୍ଟ ଅଭିନେତା ମିହିର ଦାସଙ୍କ ବୋହୂ ତଥା ଅଭିନେତା ଅମ୍ଳାନଙ୍କ ପତ୍ନୀ ଭୂମିକାଙ୍କୁ ମହାନଦୀ ପାଣିରୁ ଉଦ୍ଧାର କରାଯାଇଥିଲା। ଚର୍ଚ୍ଚା ହୋଇଥିଲା କି ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମାତ୍ର ଏ ନେଇ ତାଙ୍କର କୌଣସି ବୟାନ ଆସି ନଥିଲା। ଭୂମିକା ଏକ ଭିଡ଼ିଓ ମାଧ୍ୟମରେ ନିଜ ମତ ରଖିଛନ୍ତି। ସେ ସ୍ପଷ୍ଟ କରି କହିଛନ୍ତି ଯେ, ଦୀପାବଳୀ ପୂଜା ପାଇଁ ଉପବାସ କରିଥିଲି ଏବଂ ନଦୀକୁ ପୂଜା ସାମଗ୍ରୀ ପକାଇବାକୁ ଯାଇଥିଲି। ମୁଣ୍ତ ବୁଲାଇବାରୁ ଦନୀକୁ ଖସି ପଡ଼ିଥିଲି। ମିଛ ଖବର ପ୍ରକାଶ ନ କରିବାକୁ ଅନୁରୋଧ କରିଛନ୍ତି।