ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟରେ ୩ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେବା ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ ଅନୁମୋଦନ କରିଛନ୍ତି । ସୂଚନା ଅନୁସାରେ, ଆଡଭୋକେଟ ସୁମନ ପଟ୍ଟନାୟକ ଓ ଦୁଇଜଣ ବିଚାରବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶଙ୍କୁ ବିଚାରପତି ପଦବୀ ନିମନ୍ତେ ଉନ୍ନୀତ କରିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି ।