୩୩୪୩ ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧାରୁ ୭୩୨ ଭଲ ହେଲେ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ଆଜି ସବୁଠୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୩୨ ଜଣ ଆରୋଗ୍ୟଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହ ରାଜ୍ୟରେ ମୋଟ ସୁସ୍ଥଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୬୨,୮୧୩ ରେ ପହଞ୍ଚିଛି। ରାଜ୍ୟରେ ଆଜି ୩୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ମାମଲା ସଂଖ୍ୟା ୮୭,୬୦୨ ଛୁଇଁଛି। ଏଯାଏଁ ପ୍ରାୟ ୧୫ ଲକ୍ଷ ନମୂନା ପରୀକ୍ଷଣ ସରିଛି।