ରାଜ୍ୟରେ ରେକର୍ଡ ଧାନ ସଂଗ୍ରହ: ୨୪ ସୁଦ୍ଧା ୭୫ ଲକ୍ଷ ମେଟ୍ରିକ ଟନ୍‌

ରାଜ୍ୟରେ ଚଳିତ ଖରିଫ ଋତୁରେ ୨୦୨୫-୨୬ ବର୍ଷ ….

ଭୁବନେଶ୍ୱର: ରାଜ୍ୟରେ ଚଳିତ ଖରିଫ ଋତୁରେ ୨୦୨୫-୨୬ ବର୍ଷ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଛି। ସରକାରୀ ସୂତ୍ରରୁ ମିଳିଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ, ବୁଧବାର ସୁଦ୍ଧା ରାଜ୍ୟର ବିଭିନ୍ନ ମଣ୍ଡିକୁ ପ୍ରାୟ ୭୫,୪୫,୩୮୧ ମେଟ୍ରିକ ଟନ୍‌ ଧାନ ଆସିଥିବା ବେଳେ ସେଥିମଧ୍ୟରୁ ୭୫,୨୦,୨୧୨ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଇଛି। ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ବର୍ତମାନ ସୁଦ୍ଧା ମୋଟ ୧୮,୧୧,୯୮୮ ଜଣ ଚାଷୀ ସେମାନଙ୍କ ଧାନ ବିକ୍ରୟ କରିଛନ୍ତି। ସଂଗୃହୀତ ଧାନ ମଧ୍ୟରୁ ପ୍ରାୟ ୭୩,୪୬,୨୨୬ ମେଟ୍ରିକ ଟନ୍‌ ଧାନ ମିଲରମାନେ ମଣ୍ଡିରୁ ଉଠାଇଛନ୍ତି।

ଧାନ ସଂଗ୍ରହ ପ୍ରକ୍ରିୟାରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ସହାୟକ ହୋଇଛି। ଏହାଦ୍ୱାରା ଚାଷୀଙ୍କୁ ସେମାନଙ୍କ ଶସ୍ୟର ଉଚିତ ମୂଲ୍ୟ ପ୍ରଦାନ କରାଯାଉଛି। ବର୍ତମାନ ସୁଦ୍ଧା ମୋଟ ୨୨,୩୩୭.୬୦ କୋଟି ଟଙ୍କାର ଏମ୍‌ଏସ୍‌ପି ଓ ଇନପୁଟ ସହାୟତା ପ୍ରଦାନ କରାଯାଇଛି।

ଧାନ ସଂଗ୍ରହ କ୍ଷେତ୍ରରେ ବରଗଡ ଜିଲ୍ଲା ସବୁଠାରୁ ଆଗରେ ରହିଛି, ଯେଉଁଠାରେ ସର୍ବାଧିକ ୭,୭ଠ,୧୫୭ ମେଟ୍ରିକ ଟନ୍‌ ଧାନ ମଣ୍ଡିକୁ ଆସିଛି ଓ ୭,୬୯,୮୩୮ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଇଛି। ଏହା ପଛକୁ ରହିଛି କଳାହାଣ୍ଡି ଜିଲ୍ଲା, ସେଠାରେ ୬,୪୩୧୭୮ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି।

ସେହିପରି ଗଞ୍ଜାମ ଜିଲ୍ଲାରେ ୫,୫୮,ଠ୧୨ ମେଟ୍ରିକ ଟନ ଓ ସୁବର୍ଣ୍ଣପୁର ଜିଲ୍ଲାରେ ୩,୭୯,ଠ୪୫ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଇଛି। ସରକାରୀ ସୂଚନା ମୁତାବକ, ଧାନ ବିକ୍ରି କରିଥିବା ସମସ୍ତ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ସିଧାସଳଖ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଉଛି। ମାର୍ଚ୍ଚ ୨୪ ତାରିଖ ସୁଦ୍ଧା ମିଳିଥିବା ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ଖରିଫ ଧାନ ସଂଗ୍ରହ ୨୦୨୩-୨୪ ମସିହାରେ ୫୮,୦୩,୬୬୪ ମେଟ୍ରିକ ଟନ୍‌ ହୋଇଥିବା ବେଳେ ୨୦୨୪-୨୫ ମସିହାରେ ୭୩,୦୨,୭୮୨ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା।

୨୦୨୫-୨୬ ମସିହାରେ ବୃଦ୍ଧି ପାଇ ୭୪,୯୨,୮୯୩ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ଧାନ ସଂଗ୍ରହ ପରିମାଣରେ ପ୍ରାୟ ୧୬ ଲକ୍ଷ ମେଟ୍ରିକ ଟନରୁ ଅଧିକ ବୃଦ୍ଧି ହୋଇଛି। ଏହା ରାଜ୍ୟର କୃଷି ଅର୍ଥନୀତି ପାଇଁ ଏକ ସକାରାତ୍ମକ ସଙ୍କ?ତ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।