୫ ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ, ମତ୍ସଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର(ଏସ୍ ନ୍ୟୁଜ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପରେ ଶକ୍ତିଶାଳୀ ପ୍ରଦର୍ଶନ ଜାରି ରଖିଛି। ଏଥିସହ ଉତ୍ତର ଓଡ଼ିଶା ଉପକୂଳରେ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ରାଜ୍ୟର ମଧ୍ୟ ଭାଗ(ଦକ୍ଷିଣ-ପଶ୍ଚିମ)କୁ ପ୍ରବେଶ କରିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସହ ଘଡ଼ଘଡ଼ିର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସ୍ବତନ୍ତ୍ର ବୁଲେଟିନରେ ଦର୍ଶାଯାଇଛି। ୫ ଜିଲ୍ଲାକୁ ଏହା ମଧ୍ୟରେ ରେଡ଼ ୱାର୍ଣ୍ଣିଂ ମିଳିଛି।

କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼ ଏବଂ ଦେବଗଡ଼ ଜିଲ୍ଲାପାଇଁ ଏହି ରେଡ଼ ୱାର୍ଣ୍ଣିଂ ଆସିଛି। ଏହି ଜିଲ୍ଲା ଗୁଡ଼ିକର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହେବାସହ କିଛିକାଶଂରେ ବନ୍ୟା ପରିସ୍ଥିତି ଉପୁଜିବା ନେଇ ବିଭାଗ ସତର୍କ କରିଛି। କଚା ରାସ୍ତା ଏବଂ କଚା ଘର ପ୍ରତି ବିପଦ ରହିଥିବା ବେଳେ ପାହାଡିଆ ସ୍ଥାନରେ ଭୂସ୍ଖଳନ ହେବାନେଇ ମଧ୍ୟ ବୁଲେଟିନରେ ଉଲ୍ଲେଖ କରାଯାଇଛି।

ଆସନ୍ତା ୨୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ନୂଆ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ମଧ୍ୟ ରାଜ୍ୟରେ ବର୍ଷା ଲାଗି ରହିବ। ଇତିମଧ୍ୟରେ ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ବେଗରେ ପବନ ବହିବା ଆରମ୍ଭ କରିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୨୪ ଘଣ୍ଟା ଯାଏଁ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି।