ଆଜିଠୁ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଅଫଲାଇନ୍‌ରେ ଦେଇପାରିବେ ଯୁକ୍ତ ଦୁଇ ସ୍ୱତନ୍ତ୍ର ପରୀକ୍ଷା । ଏନେଇ ଶୁକ୍ରବାର ଅପରାହ୍ନ ୨ଟାରୁ ପଞ୍ଜିକରଣ ଆରମ୍ଭ ହେବ । ଯାହା ୯ ତାରିଖ ଅପରାହ୍ନ୧ଟାରେ ସରିବ । ଯେଉଁମାନେ ଅଫଲାଇନରେ ଏହି ଲିଖିତ ପରୀକ୍ଷା ଦେବେ। ସେମାନଙ୍କୁ ବିକଳ୍ପ ମୂଲ୍ୟାୟନରେ ମିଳିଥିବା ମାର୍କ କାଏମ ରହିବନି । ଏହି ସ୍ୱତନ୍ତ୍ର ପରୀକ୍ଷା ମାର୍କ ହିଁ ଚୂଡ଼ାନ୍ତ ହେବ । ପରିଷଦ ପକ୍ଷରୁ ଏ ନେଇ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି।ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ପରୀକ୍ଷା ପାଇଁ ନିଜ କଲେଜକୁ ଯାଇ ଅନଲାଇନ୍‌ରେ ପଞ୍ଜିକରଣ କରିବେ । ଏ ବାବଦରେ ସେମାନଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ ।