ତାତିରୁ ମିିଳିଲା ଆଶ୍ବସ୍ତି: ୫ ଦିନ ପର୍ଯ୍ୟନ୍ତ ଝଡ଼ିବର୍ଷା ହେବାର ସମ୍ଭାବନା

ତାତିରୁ ମିିଳିଲା ଆଶ୍ବସ୍ତି।  ସମ୍ଭାବ୍ୟ ବାତ୍ୟା ‘ଆସାନୀ’କୁ ନେଇ ସସ୍ପସେନ୍ସ….

ଭୁବନେଶ୍ୱର: ତାତିରୁ ମିିଳିଲା ଆଶ୍ବସ୍ତି।  ସମ୍ଭାବ୍ୟ ବାତ୍ୟା ‘ଆସାନୀ’କୁ ନେଇ ସସ୍ପସେନ୍ସ ଲାଗି ରହିଥିବାବେଳେ ଅନ୍ୟପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଳାରେ ଝଡ଼ିବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବର୍ଷା ସମୟରେ ବଜ୍ରାତ ସହ ୩୦ରୁ ୪୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏନେଇ ୧୩ଟି ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କନ୍ଧମାଳ, ମାଲକାନାଗିରି, ରାୟଗଡ଼ା, କୋରାପୁଟ, ଗଜପତି, କେଉଁଝର ଓ ମୟୁରଭଞ୍ଜ।