ଚାନ୍ଦବାଲି: ସରକାରୀ ଅଫିସ କାର୍ଯ୍ୟାଳୟ ଭିତରେ ପଶି ଆଖିବୁଜା ଅଫିସରଙ୍କୁ ମାଡ଼। ତାହା ପୁଣି ଦିନ ଦିପହରେ ସମସ୍ତଙ୍କ ସାମ୍ନାରେ।
ଏମିତି କି ଅଫିସ ଗୃହରୁ ଘୋଷାଡ଼ି ଘୋଷାଡ଼ି ବାହାରେ ମାଡ଼ ମାରିବା ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନସ୍ଥ ସାରଣା ନିରୀକ୍ଷକ କାର୍ଯ୍ୟାଳୟରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।
ଆର.ଆଇ ତାପସ ରଞ୍ଜନ ଜେନା ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଭୂଇଁବୃତି ପଂଚାୟତ ଜଗନ୍ନାଥପୁର ଗ୍ରାମର ସର୍ବେଶ୍ୱର ଦାସଙ୍କ ପୁଅ ସୁବାସ ଦାସ ଆର୍ଆଇ ଅଫିସକୁ ଯାଇ କିଛି ବେଆଇନ କାର୍ଯ୍ୟ କରିବା ପାଇଁ କହିଥିଲେ। ଆର.ଆଇ ମନା କରି ଦେବାରୁ ସୁବାସ ଅତର୍କିତ ଆକ୍ରମଣ କରିଥିଲେ। ମାଡ଼ ଖାଇ ଆରଆଇ ଥାନା ଓ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅସୁସ୍ଥ ଆରଆଇ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ।