ଗଞ୍ଜାମ : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଆରଆଇ । କୋଦଳା ତହସିଲ ବରିଡା ଆରଆଇ ଦେବାଶିଷ ମାଝି ଧରା ପଡିଛନ୍ତି । ଏକ ଜବତ ବାଲି ଟ୍ରକ ଛାଡିବାକୁ ୫୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏନେଇ ନିଜ ଅଫିସ ଭିତରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ସୂଚନା ଅନୁସାରେ, କୋଦଳା ତହସିଲ ବରିଡା ଆରଆଇ ଦେବାଶିଷ ମାଝି ଏକ ବାଲି ଟ୍ରକ ଧରିଥିଲେ । ପରେ ଏହି ବାଲି ଟ୍ରକୁ ଛାଡିବାକୁ ସେ ଟଙ୍କା ମାଗିଥିଲେ । ୫୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡିଛନ୍ତି । ଏହାସହିତ ତାଙ୍କୁ ଅଧିକ ପଚରାଉଚରା ମଧ୍ୟ କରାଯାଉଛି ।