ନଦୀରେ ଗୋଡ ଖସି ଯୁବକ ମୃତ

ବାଲେଶ୍ୱର, (ଏସ୍‌ ନ୍ୟୁଜ): ବାଲେଶ୍ୱର ଜିଲାର ଜଳେଶ୍ୱର ମୁନ୍‌ସିପାଲଟିର ପଥରପୁରା ଅଂଚଳରେ ଜଣେ ଯୁବକ ନଦୀରେ ଗାଧୋଉଥିବା ବେଳେ ତାର ଗୋଡ ଖସିଯିବାରୁ ପାଣିରେ ବୁଡି ପ୍ରାଣ ହରାଇଛି । ଘଟଣାରୁ ପ୍ରକାଶ ପଶ୍ଚିମବଂଗ ଖଡଗପୁରର ଗାନ୍ଧିନଗର ଅଂଚଳର ହେପାଜତ୍‌ ହୁସେନ୍‌ଙ୍କ ପୁତ୍ର ସେକ୍‌ ସର୍ଫରାଜ ହୁସେନ୍‌(୧୮) ତାର ୨ଜଣ ଭଉଣୀଙ୍କ ସହିତ ବନ୍ଧୁ ଘର ଜଳେଶ୍ୱରର ସେକ୍‌ ଉମର ଅଲ୍ଲିଙ୍କ ଘରକୁ ୨ଦିନ ତଳେ ବୁଲି ଆସିଥିଲେ । ସେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ବେଳେ ତାର ଭଉଣୀମାନେ ନଦୀବନ୍ଧ ଉପରେ ରହି ଫଟୋ ଉତ୍ତୋଳନ କରୁଥିଲୋ ହଠାତ୍‌ ନଦୀ ସ୍ରୋତରେ ଗୋଡ ଖସିଯିବାରୁ ସେ ବୁଡି ଯାଇଥିଲା । ଖବରପାଇ ଅଗ୍ନିସମ ବିଭାଗ ଆସି ଖୋଜାଖୋଜି କରି ୨ ଘଣ୍ଟାପରେ ତାକୁ ପାଣିରୁ ଉଦ୍ଧାର କରି ଜିକେଭଟ୍ଟର ହସ୍‌ପିଟାଲକୁ ଅଣାଯାଇଥିଲା । ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।