୪୯ ନମ୍ବର ଜାତୀୟ ରାଜପଥର ସଡ଼କ ଦୁର୍ଘଟଣା, ଜଣେ ମୃତ୍ୟୁ ଆଉ ଜଣେ ଗୁରୁତର
ଠିକ୍ ସେହି ସମୟରେ ବିଶୋଇ ବ୍ଲକ ଉପାଧ୍ୟକ୍ଷ ଚନ୍ଦ୍ରମୋହନ ଗିରି ମଧ୍ୟ ପ୍ରାତଃ ଭ୍ରମଣରେ ଆସି ଉକ୍ତ ଘଟଣାସ୍ଥଳରେ…..
ଆଜି ଶୁକ୍ରବାର ସକାଳୁ ପ୍ରାତଃ ଭ୍ରମଣର କରିବାକୁ ଯାଉଥିବା ଦୁଇଜଣ ବ୍ୟକ୍ତିଙ୍କୁ ଏକ ବୋଲେରୋ ଗାଡ଼ିରେ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ସଂକଟାପନ୍ନ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ସେବା ଯୋଗେ ବାରିପଦା ସ୍ଥିତ ରଘୁନାଥ ମେଡିକାଲ କୁ ଚିକିତ୍ସା ପାଇଁ ପଠେଇ ଦେଇଥିବା ସୁଚନା ମିଳିଛି। ସୂଚନା ମୁତାବକ ଆଜି ଶୁକ୍ରବାର ସକାଳୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ତଳାପାତି ଗ୍ରାମର ୪୪ ବର୍ଷିୟ ଗିରିଶ ମହାକୁଡ଼ ଓ ଅର୍ଜୁନବିଲା ଗ୍ରାମର ୪୨ ବର୍ଷିୟ ଗୋବର୍ଦ୍ଧନ ଗିରି ପ୍ରାତଃ ଭ୍ରମଣରେ ବିଶୋଇ ପଟକୁ ଆସୁଥିଲେ।
ଠିକ୍ ସେହି ସମୟରେ ଏକ ବୋଲେରୋ ଗାଡ଼ି ଆସି ଉଭୟଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ହିଁ ଗିରିଶ ମହାକୁଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋବର୍ଦ୍ଧନ ଗିରି ସଂକଟାପନ୍ନ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିଲେ। ଠିକ୍ ସେହି ସମୟରେ ବିଶୋଇ ବ୍ଲକ ଉପାଧ୍ୟକ୍ଷ ଚନ୍ଦ୍ରମୋହନ ଗିରି ମଧ୍ୟ ପ୍ରାତଃ ଭ୍ରମଣରେ ଆସି ଉକ୍ତ ଘଟଣାସ୍ଥଳରେ ପହଂଚି ଥିଲେ ଓ ସଂକଟାପନ୍ନ ଅବସ୍ଥାରେ ଉଭୟଙ୍କୁ ଦେଖି ସଂଗେ ସଂଗେ ୧୦୮ ଆମ୍ବୁଲାନ୍ସ ସେବାକୁ ଫୋନ୍ କରି ଡ଼କାଇଥିଲେ ଓ ସଂକଟାପନ୍ନ ଅବସ୍ଥାରେ ଥିବା ଗୋବର୍ଦ୍ଧନ କୁ ଚିକିତ୍ସା ପାଇଁ ବାରିପଦା ସ୍ଥିତ ରଘୁନାଥ ମୁର୍ମୁ ମେଡିକାଲ୍ କୁ ପଠାଇଥିଲେ।
ପରେ ବିଶୋଇ ପୋଲିସ କୁ ମଧ୍ୟ ଗିରି ବାବୁ ଖବର ଦେଇଥିଲେ, ଖବର ପାଇ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଜବତ କରି ରାଇରଙ୍ଗପୁର ଡାକ୍ତର ଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ବ୍ଲକ ଉପାଧ୍ୟକ୍ଷ ଚନ୍ଦ୍ରମୋହନ ଗିରି ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଗିରି ବାବୁଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।