ଭୁବନେଶ୍ୱର( ଏସ୍ ନ୍ୟୁଜ ): ସୂଚନା ଅଧିକାରକର୍ମୀ ରଞ୍ଜନ କୁମାର ଦାସ ହତ୍ୟା ଘଟଣା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି RTI କର୍ମୀ। କର୍ମୀମାନେ ନବୀନ ନିବାସ ଘେରାଉ ଉଦ୍ୟମ କରିବା ସହ ଜୋରଦାର ପ୍ରତିବାଦ କରିଛନ୍ତି। ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ନବୀନ ନିବାସ ଘେରାଉ କରିବାକୁ ଯିବାବେଳେ ଶତାଧିକ ଆରଟିଆଇ କର୍ମୀଙ୍କୁ ପୁଲିସ ଅଟକାଇଛି । ଏହି ସମୟରେ ଆନ୍ଦୋଳନକାରୀ ଏବଂ ପୁଲିସ ମୁହାଁମୁହିଁ ହୋଇଛନ୍ତି ।
ପ୍ରତିବାଦ କରିବା ସହ RTI କର୍ମୀ ନବୀନ ନିବାସ ଅଭିମୁଖେ ବାହାରିଥିଲେ। ଏହି ସମୟରେ ବ୍ୟାରିକେଡ ଭାଙ୍ଗିବା ପାଇଁ ଉଦ୍ୟମ କରୁ ଥିବାବେଳେ ପୁଲିସ ଅଟକାଇଥିଲା ପରେ ପୁଲିସ ଓ RTI କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।
ତେବେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରରୋଚନାରେ ପୋଲିସ କେନ୍ଦ୍ରାପଡ଼ା ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେଇଥିବା ସୂଚନା ଅଧିକାର କର୍ମୀ ଅଭିଯୋଗ କରିଛନ୍ତି । ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ବହିଷ୍କାର କରିବା ପାଇଁ ସେମାନେ ଦାବି କରିଛନ୍ତି ।