ପିପିଲି ଉପନିର୍ବାଚନକୁ ନେଇ ମନ୍ତବ୍ୟ ରଖିଲେ ରୁଦ୍ର ମହାରଥୀ

ବାପାଙ୍କ ସହ ୨ଟି ନିର୍ବାଚନ ବୁଲିଛି ଅଭିଜ୍ଞତା ଅଛି। ” ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ପିପିଲି ଆସନ ନିମନ୍ତେ ଆଶାୟୀ ଥିବା ରୁଦ୍ର ମହାରଥୀ ଏପରି ଭାବେ ପରୋକ୍ଷରେ ନିଜ ଆଶା ବ୍ୟକ୍ତ କରିଛନ୍ତି। ଏଥିସହ ମା’ଙ୍କର ବି ଅଭିଜ୍ଞତା ରହିଥିବା କଥା ସ୍ୱୀକାର କରିଛନ୍ତି।
ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାରି ମଧ୍ୟରେ ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛି ବିଜେଡି । ପ୍ରତାପ ଦେବଙ୍କୁ ପିପିଲି ଦାୟିତ୍ୱ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱର୍ଗତ ପ୍ରତୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ । ସେ କହିଛନ୍ତି ଯେ, ‘ଦଳ ଯାହାକୁ ଚାହିଁବ ଆମେ ସମର୍ଥନ କରିବୁ । ଦଳର ନିଷ୍ପତ୍ତିକୁ ସମର୍ଥନ ଦେବୁ । ପାର୍ଟି ଓ ମାଟିର ଉନ୍ନତି ପାଇଁ କାମ କରିବୁ । ମା’ ପୁଅ ମଧ୍ୟରେ କୌଣସି ବିବାଦ ନାହିଁ। ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି ।’ଅନ୍ୟପଟେ ନିର୍ବାଚନ ପ୍ରସଙ୍ଗକୁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଛନ୍ତି ଯେ, ‘ ମୁଖ୍ୟମନ୍ତ୍ରୀ ଟିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ।’ ତେବେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପଦବୀ ଖାଲି ପଡିଛି।ଏନେଇ ଖୁବଶୀଘ୍ର ପିପିଲି ଉପନିର୍ବାଚନର ତାରିଖ ପ୍ରକାଶ ପାଇବ ।