ବଲାଙ୍ଗିର, (ଏସ୍ ନ୍ୟୁଜ): ସଇଁତଲା ବନ ବିଭାଗ ପକ୍ଷରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ସୂଚନା ଯୋଗ୍ୟ ଯେ, ନବୀନ ଛକ ନିକଟରେ କିଛି ଯୁବକ ଧାନବିଲରେ ଏକ ବଜ୍ରକାପ୍ତା ଗାତ ଭିତରୁ ବାହାରି ବୁଲୁଥିବାର ଦେଖିଥିଲେ । ପରେ ବନ ବିଭାଗକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ସୂଚନା ପାଇ ସଇଁନ୍ତଳା ରେଞ୍ଜର ରାଜ କିଶୋର ହରପାଳ ଆସି ବଜ୍ରକାପ୍ତାକୁ ଉଦ୍ଧାର କରି ବଡ଼ମାଲ ଜଙ୍ଗଲଠାରେ ଛାଡି ଦେଇଥିଲେ । ବଜ୍ରକାପ୍ତାଟି ୧୨ ରୁ ୧୪ କେଜି ଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।