କେନ୍ଦୁଝର, (ଏସ୍ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ଡକାପ ଗ୍ରାମର ସୁଦେଶ ନାଏକଙ୍କ ସ୍ତ୍ରୀ ପୁନି ନାଏକ ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ ସୁଦେଶ ଅଭିଯୋଗ କରିଛନ୍ତି । ମିଳିଥିଲା ସୂଚନା ଅନୁଯାୟୀ, ପୁନି ଏବଂ ତାଙ୍କ ସ୍ୱାମୀ ସୁଦେଶଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା ହୋଇଥିଲା । ଘରୁ ଏକା ବାହାରି ଗ୍ରାମର ପାତ୍ର ସାହି ନିକଟ ବଡ଼ଛେଲା ଠାରେ ଥିବା ଏକ ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକମାନେ ସେହି ରାସ୍ତା ଦେଇ ବିଲକୁ ଯାଉଥିବା ବେଳେ ଗଛ ଡାଳରେ ଏକ ମୃତ ଦେହ ଝୁଲୁଥିବା ଦେଖିବା ପରେ ସ୍ୱାମୀ ସୁଦେଶକୁ ଖବର ଦେଇଥିଲେ । ପରେ ଖବର ପାଇ ସଦର ଥାନା ଆଇଆଇସି ପହଁଚି ତଦନ୍ତ କରିବା ସହିତ ମୃତ ଦେହକୁ ଜବତ କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବ୍ୟବଛେଦ ପଠାଇଥିଲେ । ଏନେଇ ସଦର ଥାନା ପକ୍ଷରୁ ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇଛି ।